Categories: ବାଣିଜ୍ୟ

ଖିମ୍‌ଜୀ ଜୁଏଲର୍ସର ‘ପାୟଲ୍‌ ଆଣ୍ଡ ଟୋ ରିଙ୍ଗ୍‌ ଫେଷ୍ଟିଭାଲ’

ଭୁବନେଶ୍ୱର,୧୪।୬: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ‘ପାୟଲ୍‌ ଆଣ୍ଡ ଟୋ ରିଙ୍ଗ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ରଜ ଉପଲକ୍ଷେ ଆକର୍ଷଣୀୟ ରଜ ମଉଜ ଅଫର ସାଙ୍ଗକୁ ବିଶେଷ ରିହାତି ଦିଆଯାଉଛି। ବିଶେଷକରି ମହିଳାମାନଙ୍କୁ ଆକର୍ଷଣୀୟ ରିହାତିରେ ବ୍ୟାପକ ବର୍ଗର ମନଲୋଭା ଅଳଙ୍କାରରେ ସଜେଇହେବା ସୁଯୋଗ ଦେବା ପାଇଁ ରଜ ମଉଜ ‘ପାୟଲ୍‌ ଆଣ୍ଡ୍‌ ଟୋ ରିଙ୍ଗ୍‌ ଫେଷ୍ଟିଭାଲ’ର ଆରମ୍ଭ ହୋଇଛି। ଚଳିତ ରଜ ପର୍ବରେ ମୁଖ୍ୟ ଅଳଙ୍କାର ରୁପା ପାଉଁଜୀ ଓ ଗୋଡ଼ ମୁଦି ଉପରେ ଆକର୍ଷଣୀୟ ରିହାତି ଉପଲବ୍ଧ ରହିଛି। ସେହିଭଳି ରଜ ପର୍ବ ଉପଲକ୍ଷେ ଗ୍ରାହକମାନେ ରୁପା ପାଉଁଜୀ ଓ ଗୋଡ଼ ମୁଦିର ଗଢ଼ା ମୂଲ୍ୟରେ ଫ୍ଲାଟ୍‌ ୨୫% ରିହାତି ଏବଂ ଏହାର କ୍ରୟ ମୂଲ୍ୟ ଉପରେ ୧୦% ଫ୍ଲାଟ୍‌ ରିହାତି ପାଇପାରିବେ। ଏହି ଅଫର୍‌ ୨୦୨୩ ଜୁନ୍‌ ୧୬ ପର୍ଯ୍ୟନ୍ତ ଖିମ୍‌ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଆମେ ଏହି ଆକର୍ଷଣୀୟ ରଜ ଅଫର୍‌ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ପ୍ରିୟ ଗ୍ରାହକଙ୍କ ପାଇଁ ରଜ ମଉଜର ଖୁସି ଦ୍ୱିଗୁଣିତ କରିବାକୁ ପ୍ରୟାସ କରିଛୁ। ବିଶେଷକରି ମହିଳା ଗ୍ରାହକମାନଙ୍କ ପାଇଁ ରୁପା ପାଉଁଜୀ ଓ ଗୋଡ଼ ମୁଦି କ୍ରୟ ଉପରେ ଆକର୍ଷଣୀୟ ରିହାତି ଦେଉଛି, ଯାହା ରଜ ପର୍ବରେ ଆହୁରି ଆନନ୍ଦ ଭରିବ।
ଉଲ୍ଲେଖଯୋଗ୍ୟ, ରଜ ମଉଜ ଅଫର ସମ୍ପର୍କରେ ଅଧିକ ସୂଚନା ଏବଂ ଆକର୍ଷଣୀୟ ଅଳଙ୍କାର ସମ୍ଭାର ସଂଗ୍ରହ କରିବା ପାଇଁ ଖିମ୍‌ଜୀ ଜୁଏଲର୍ସର ୭ଟି ଷ୍ଟୋର ଯଥା ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଝାରସୁଗୁଡ଼ା, ପୁରୀ ଏବଂ ରାଉରକେଲା ଷ୍ଟୋର ପରିଦର୍ଶନ କରିବାକୁ ଖିମ୍‌ଜୀ ପକ୍ଷରୁ କୁହାଯାଇଛି।

Share