କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ

ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟକର୍ମୀମାନେ ଆମ୍ବୁୂଲାନ୍ସ ଛାଡ଼ଇ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ସୁପୌଲ ଜିଲାର ତ୍ରିବେଣିଗଞ୍ଜ ଅଞ୍ଚଳର। ସେଠାରେ ଜଣେ କୋଭିଡରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରୁ ହସ୍ପିଟାଲ ଆଣିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ଦେଖି ଆମ୍ବୁଲାନ୍ସରେ ଥିବା ସ୍ବାସ୍ଥ୍ୟକର୍ମୀ ଭୟଭୀତ ହୋଇଯାଇଥିଲେ। ଏପରିକି ସେମାନେ ଆମ୍ବୁଲାନ୍ସକୁ ହସ୍ପିଟାଲ ପରିସରରେ ଛାଡ଼ି ଫେରାର ହୋଇଯାଇଥିଲେ।

ଆମ୍ବୁଲାନ୍ସରେ ବ୍ୟକ୍ତିଙ୍କ ସ୍ତ୍ରୀ ଥିଲେ ହେଁ ତାଙ୍କୁ ସହାୟତା କରିବାକୁ କେହି ଆସି ନ ଥିଲେ। ଏପରିକି ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସରେ ମୃତଦେହ ପଡ଼ି ରହିଥିଲା। ତେବେ ଖୋଲାରେ କରୋନା ପୀଡ଼ିତ ବ୍ୟକ୍ତିଙ୍କ ମୃତଦେହ ପଡ଼ିବାକୁ ନେଇ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ମୃତକଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍‌ ହୋଇଥିବା ହେତୁ ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯିବ।

Share