ବାସ୍ତୁ ଅନୁଯାୟୀ ଝରଣା ପେଣ୍ଟିଂ, ଘରେ ଲଗାଇଲେ ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। କିନ୍ତୁ ଏହାକୁ ନେଇ କିଛିଟା ନିୟମ ରହିଛି; ଯାହାକୁ ମାନିବା ଓ ନ ମାନିବା ଦ୍ୱାରା କ’ଣ ପ୍ରଭାବ ରହିବ ଜାଣନ୍ତୁ ସେ ସମ୍ପର୍କରେ…

* ଜଳର ସମ୍ପର୍କ ଧନ ସହିତ ମଧ୍ୟ ରହିଛି। ତେଣୁ ଘରର କାନ୍ଥରେ ଝରଣାର ପେଣ୍ଟିଂ ଲଗାଇବା ଦ୍ୱାରା ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ ହୋଇଥାଏ; ଯାହା ଫଳରେ ଘରେ ସୁଖ, ସମୃଦ୍ଧିର ବୃଦ୍ଧି ଘଟିଥାଏ ବୋଲି ବିଶ୍ୱାସ ରହିଛି।

* ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଏମିତି ସ୍ଥାନରେ ଲଗାଇବା ଦରକାର, ଯେମିତିକି ପାଣିର ଧାରା ଘର ଭିତର ଆଡକୁ ଯାଉଥିବା ପରି ପ୍ରତୀୟମାନ ହେଉଥିବ। କାରଣ ଘର ଭିତରକୁ ପାଣି ପ୍ରବେଶ କରିବାର ଚିତ୍ର ଶୁଭ ସଙ୍କେତ ଦେଇଥାଏ।

* ଅତି ବଡ଼ ସାଇଜ୍‌ର ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଠିକ୍‌ ନୁହେଁ। କାରଣ ଏହା ଘରର ସୌନ୍ଦର୍ଯ୍ୟ ବଢାଇବା ପରିବର୍ତ୍ତେ କମାଇଥାଏ। ତା’ସହିତ ସକାରାତ୍ମକ ଊର୍ଜ୍ଜା ଉପରେ ବି ଖରାପ ପ୍ରଭାବ ପକାଇଥାଏ।

* ଘରର ଉତ୍ତର ଦିଗରେ ଥିବା କାନ୍ଥରେ ଝରଣାର ପେଣ୍ଟିଂ ଲଗାଇବା ଧନବୃଦ୍ଧି ଓ ସୁଖଶାନ୍ତିର ସଙ୍କେତ ଦେଇଥାଏ। ପୂର୍ବ ଓ ପଶ୍ଚିମ ଦିଗରେ ବି ଲଗାଇହେବ କିନ୍ତୁ ଦକ୍ଷିଣ ଦିଗରେ ଲଗାଇଲେ ଏହା ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

* ବେଡ୍‌ରୁମ୍‌ରେ ବି ଝରଣାର ପେଣ୍ଟିଂ ଲଗାଇବା ଠିକ୍‌ ନୁହେଁ।