ଅଢ଼େଇ କୋଟି ଟଙ୍କାର ପେଣ୍ଟିଂକୁ ବିମାନବନ୍ଦରରେ ଭୁଲି ଯାଇଥିଲେ ବ୍ୟବସାୟୀ, ସଫେଇ କର୍ମଚାରୀ ଅଳିଆ ଭାବି…

ଜଣେ ବ୍ୟବସାୟୀ ଜର୍ମାନୀର ବିମାନବନ୍ଦରରେ ଫ୍ରାନ୍ସର ଡାକ୍ତର ୟେଭ ଟୁଙ୍ଗୁଙ୍କ ଏକ ମହଙ୍ଗା ଚିତ୍ର ଭୁଲିଯାଇଥିଲେ। ପରେ ପ୍ରାୟ ୨.୫ କୋଟିର ପେଣ୍ଟିଂ ସହିତ ଯାହା ଘଟିଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବିମାନ ବନ୍ଦରର ଜଣେ ସଫେଇ କର୍ମଚାରୀ ଏହାକୁ ଅଳିଆ ଭାବି ଡଷ୍ଟବିନ୍‌ରେ ପକାଇ ଦେଇଥିଲେ। ତେବେ ଏହା ଏକ ଏକ ଛୋଟିଆ ପେଣ୍ଟିଂ ନ ଥିଲା। ଏହାର ମୂଲ୍ୟ ଥିଲା ପ୍ରାୟ ୨ କୋଟି ୫୦ ଲକ୍ଷ ୭୧ ହଜାର ୦୨୨ ଟଙ୍କା।
ବ୍ୟବସାୟୀଜଣଙ୍କ ଟୁଙ୍ଗଙ୍କ ପେଣ୍ଟିଂ ନେଇ ଇସ୍ରାଏଲକୁ ଯାଉଥିଲେ। ହେଲେ ସେ ଏହାକୁ ଚେକ୍‌ ଇନ୍‌ କାଉଣ୍ଟରରେ ଭୁଲି ଯାଇଥିଲେ। ବିମାନ ଉଡିବା ଆରମ୍ଭ କରିବା ପରେ ସେ ବିମାନବନ୍ଦରରେ ଏହାକୁ ଛାଡ଼ି ଦେଇ ଆସିଥିବା ଜାଣିବାକୁ ପାଇଥିଲେ। ପରେ ଇସ୍ରାଏଲରେ ଅବତରଣ କରିବା ପରେ ସେ ପଶ୍ଚିମ ଜର୍ମାନର ଡ୍ୟୁସେଲଡର୍ଫ ପୋଲିସ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ପେଣ୍ଟିଂ ସହ ଜଡିତ ଅନେକ ଇମେଲ ପଠାଇଥିଲେ। ବହୁ ଖୋଜାଖୋଜି ପରେ ପେଣ୍ଟିଂ କୌଣସି ସ୍ଥାନରେ ମିଳିଲା ନାହିଁ। ଏହାର ମୂଲ୍ୟ ଅଧିକ ଥିବାରୁ ବ୍ୟବସାୟୀ ଅତ୍ୟଧିକ ଚିନ୍ତାରେ ପଡ଼ିଯାଇଥିଲେ। ସେ ଅତ୍ୟନ୍ତ ନିରାଶ ହୋଇଥିଲେ। ପରେ ବ୍ୟବସାୟୀଙ୍କ ଭଣଜା ପେଣ୍ଟିଂକୁ ଖୋଜିବାକୁ ଚେଷ୍ଟା କରିଥିଲେ। ବେଲଜିୟମରୁ ଫେରି ସେ ବିମାନବନ୍ଦର ନିକଟରେ ଥିବା ପୋଲିସ ଷ୍ଟେଶନରେ ପହଞ୍ଚି ପେଣ୍ଟିଂ ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପେଣ୍ଟିଂ ବହୁତ ମହଙ୍ଗା ହୋଇଥିବାରୁ ବିମାନବନ୍ଦର ପୋଲିସ ଇନ୍ସପେକ୍ଟର ମାଇକେଲ ଡିଟ୍‌ଜି ପହଞ୍ଚି ସେମାନେ ଏହାର ତଦନ୍ତ କରିଥିଲେ। ସେ ବିମାନବନ୍ଦରରେ ଥିବା ସଫେଇ କମ୍ପାନୀ ସହିତ ଯୋଗାଯୋଗ କରି ବିମାନବନ୍ଦର ପରିସରରେ ଥିବା ସମସ୍ତ ରିସାଇକ୍ଲିଂ ପାତ୍ରକୁ ଧୋଇବା ଆରମ୍ଭ କଲେ। ପୋଲିସ ଅଧିକାରୀଙ୍କ କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା। ବିମାନବନ୍ଦରର କାଗଜ ଆବର୍ଜନା ପାତ୍ରଗୁଡ଼ିକୁ ଭଲଭାବେ ଅନୁସନ୍ଧାନ ପରେ ଇନ୍ସପେକ୍ଟର ମାଇକେଲ ବର୍ଜ୍ୟବସ୍ତୁରୁ ପେଣ୍ଟିଂଟିକୁ ଉଦ୍ଧାର କରିଥିଲେ। ସାମାନ୍ୟ କ୍ଷତି ହୋଇଥିଲେ ହେଁ ଜର୍ମାନ ପୋଲିସ ଏହାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

Share