
ଗଞ୍ଜାମ,୨୪ା୩(ବିଦ୍ୟାଧର ସାହୁ): ବଣର ମଲ୍ଲୀ ବଣରେ ଫୁଟି ମଉଳି ଯିବା ଭଳି ଘଟଣା ଏବେ ପଦାକୁ ଆସିଛି l ଗଞ୍ଜାମ ଜିଲା କୋମଣ୍ଡ ପଞ୍ଚାୟତ ବଡ ରାମ ପଲି ଗ୍ରାମର ବିନାୟକ ରଥ ଏବଂ ମମିତା ରଥଙ୍କ ଏକ ମାତ୍ର କନ୍ୟା ତୁଳସୀ ରଥ ପିଲାଟି ଦିନରୁ ଚିତ୍ର ଅଙ୍କିବାକୁ ଭଲ ପାଇବାକୁ ବସିଲେ। ଦିନକୁ ଦିନ ଚିତ୍ର ଅଙ୍କନ ପ୍ରତି ଏମିତି ଆକୃଷ୍ଟ ହୋଇଗଲେ ଯେ, ଖାଇବା ପିଇବା ଭୁଲି ଚିତ୍ର ପ୍ରତି ମନ ବଲାଉଥିବା କହିଛନ୍ତି ତୁଳସୀଙ୍କ ମା’ମମିତା l ବିଭିନ୍ନ ଦେବାଦେବୀଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ପରିବେଶ ଉପରେ ଅନେକ ନିଖୁଣ ଚିତ୍ର ଆଙ୍କି ତୁଳସୀ ଏବେ ଚର୍ଚ୍ଚାରେ ଥିବା ଜଣାପଡ଼ିଛି l ବର୍ତ୍ତମାନ ତୁଳସୀ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ। ବାପା ମାଆଙ୍କ ଏକ ମାତ୍ର ଝିଅ ତୁଳସୀ ଭବିଷ୍ୟତରେ ସୁଯୋଗ ମିଳିଲେ ଜିଲା କିମ୍ବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କରିବାକୁ। ନିଜର ପ୍ରତିଭାକୁ ଲୋକଲୋଚନ ଆଣିବା ସହ ଭବିଷ୍ୟତରେ ସେ ଜଣେ ଚିତ୍ର ଶିଳ୍ପୀ ଭାବେ ପରିଗଣିତ ହେବାକୁ ଲକ୍ଷ୍ୟ ରଖିଥିବା ଯୋଗାଯୋଗ କରିବାରେ ତୁଳସୀ କହିଛନ୍ତି। ପ୍ରଶାସନ ସହଯୋଗ କଲେ ନିଶ୍ଚିତ ଭାବେ ଦିନେ ନା ଦିନେ ଭଲ ଚିତ୍ର ଆଙ୍କି ରାଜ୍ୟ ତଥା ଜିଲା ପାଇଁ ସୁନାମ ଆଣି ପାରିବ ବୋଲି ତୁଳସୀଙ୍କ ମା’ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l