ଆର୍ଟହଜ୍‌ ଗ୍ୟାଲେରିରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବାଲେଶ୍ୱର ଜିଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ‘ନେଚର ଫାଣ୍ଟାସି’ ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟହଜ୍‌ରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ଆଦିତ୍ୟଙ୍କ ଚିତ୍ରକଳା ସମ୍ପର୍କରେ ଏକ ଆଲେଖ୍ୟ ଆର୍ଟ ଗ୍ୟାଲେରୀର କଳା ପତ୍ରିକା ‘ଦି ଆର୍ଟ ଇଲୁଷ୍ଟ୍ରେଟେଡ୍‌’ ମାଗାଜିନରେ ମଧ୍ୟ ସ୍ଥାନ ପାଇଛି। ଓଡିଶା ଚିତ୍ରକଳା ଜଗତ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇଛି। ୩ ଫୁଟ ଓସାର ଏବଂ ୪ ଫୁଟ ଲମ୍ବ କାନ୍‌ଭାସ ଉପରେ ଚିତ୍ରଶିଳ୍ପୀ ଆଦିତ୍ୟ ପ୍ରକୃତିକୁ ନାରୀ ସହ ତୁଳନା କରି ଏହି ଚିତ୍ର ଆଙ୍କିଛନ୍ତି। ରଙ୍ଗର ବିବିଧତା ସାଙ୍ଗକୁ ଜ୍ୟାମିତିକ ଅଙ୍କନର ବ୍ୟବହାର ତାଙ୍କ ଚିତ୍ରକଳାକୁ ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରିଛି। ବାଲେଶ୍ୱର ଜିଲା ସୋରର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ବ୍ରଜକିଶୋର ଜେନାଙ୍କ ପୁଅ ହେଉଛନ୍ତି ଆଦିତ୍ୟ। ସେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ଶେଷଙ୍‌ପରେ ଏକ ସରକାରୀ ବିଦ୍ୟାଳୟରେ କଳା ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି।

Share