Categories: ଫୁରସତ

ଆକ୍ଟିଭା ନା କଏନ ସ୍କୁଟର, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଦେଖି ଚକିତ ହେଉଛନ୍ତି ଲୋକେ…

ଆକ୍ଟିଭା ନା କଏନ ସ୍କୁଟର। ଜଣେ ବ୍ୟକ୍ତିଙ୍କ ଗାଡ଼ି ଦେଖିବା ପରେ ଏଭଳି କିଛି ପ୍ରତିକ୍ରିୟା ଦେଉଛନ୍ତି ବ୍ୟବହାରକାରୀ। ଇଣ୍ଟରନେଟରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି। ଭିଡିଓ ଦେଖି କିଛି ତାଙ୍କ ପ୍ରଶଂସା କରୁଥିବା ବେଳେ କିଛି କଟାକ୍ଷ କରିବାକୁ ପଛାଉନାହାନ୍ତି।
ଭାଇରାଲ ଭିଡିଓରେ ବ୍ୟକ୍ତିଜଣଙ୍କ ନିଜର ଆକ୍ଟିଭା ଗାଡ଼ି ଦେହସାରା କଏନ ଲଗାଇ ଦେଇଛନ୍ତି। ଫଳରେ ଗାଡ଼ିର ଶରୀର ଦେଖାଯାଉନାହିଁ, କେବଳ କଏନ ନଜର ଆସୁଛି।
ଇନଷ୍ଟାଗ୍ରାମରେ ଭାଇରାଲ ଏହି ଭିଡିଓରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି ‘କାରୁକାର୍ଯ୍ୟକୁ ମାନିବାକୁ ହେବ’। ସେହିଭଳି ଆଉ ଜଣେ ଲେଖିଛନ୍ତି ‘ଆଜିକାଲିର ଲୋକ ନିଜର ଅଜବଗଜବ ଚିନ୍ତାଧାରା ଲାଗି ଜଣାଶୁଣା’। ଏଯାବତ ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରିଥିବା ବେଳେ ଶେୟାର ମଧ୍ୟ କରାଯାଉଛି।
ଆପଣ ବି ଦେଖନ୍ତୁ ଭିଡିଓ:
Share