Categories: ଜାତୀୟ

ରାତିରେ ୧୧ କିମି ଭିତରକୁ ପଶି ଆସିଥିଲା ପାକିସ୍ତାନୀ ବୋଟ୍‌

ଅହମ୍ମଦାବାଦ,୯।୧: ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ରବିବାର ଗୁଜରାଟ କୂଳରେ ଏକ ପାକିସ୍ତାନ ବୋଟକୁ ଧରିଛି। ଉକ୍ତ ପାକିସ୍ତାନୀ ବୋଟ ଅନ୍ତର୍ଜାତୀୟ ସୀମାଠାରୁ ୧୧ କିମି ଭିତରକୁ ପଶି ଆସିଥିଲା। ସେହି ବୋଟରେ ୧୦ କ୍ରୁ ମେମ୍ବର ଥିବା ରାଜ୍ୟର ପ୍ରତିରକ୍ଷା ପ୍ରବକ୍ତା ରବିବାର ସୂଚନା ଦେଇଛନ୍ତି।

‘ୟାସୀମ’ ନାମକ ବୋଟ ଶନିବାର ରାତିରେ ଭାରତୀୟ ଜଳ ସୀମା ଭିତରକୁ ପଶି ଆସିଥିଲା। ୮ ତାରିଖ ରାତିରେ ବୋଟକୁ ଧରିଛି ଭାରତୀୟ ତଟରକ୍ଷା ବାହିନୀ ଯାହଜ ଅଙ୍କିତ। କ୍ରୁ ମେମ୍ବରଙ୍କୁ ପଚରାଉଚରା କରାଯିବା ପାଇଁ ବୋଟକୁ ପୋରବନ୍ଦର ଅଣା ଯାଇଥିବା ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ଗତ ବର୍ଷ ଡିସେମ୍ବର ୨୦ରେ ମଧ୍ୟ ଏକ ପାକିସ୍ତାନ ବୋଟ୍‌ ଧରାପଡ଼ିଥିଲା। ବୋଟରୁ ଜବତ ହୋଇଥିଲା ୪୦୦ କୋଟି ଟଙ୍କାର ଡ୍ରଗ୍ସ। ଭାରତୀୟ ଜଳ ସୀମାରେ ଆଇସିଜି ଏବଂ ରାଜ୍ୟର ଆତଙ୍କ ନିରୋଧି ସ୍କାଡର ମିଳିତ ଅପରେଶନ ପରେ ଧରାପଡ଼ିଥିଲା ସେହି ବୋଟ୍‌।

Share