ଇମ୍ରାନ୍‌ ଖାନଙ୍କ ବିରୋଧରେ ଜେଲରେ ହେବ ଶୁଣାଣି, ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ପରେ କ୍ୟାବିନେଟ ଦେଲା ସବୁଜ ସଙ୍କେତ

ଇସଲାମାବାଦ,୩୦।୧୧: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜେଲ ଶୁଣାଣିକୁ ପାକିସ୍ତାନର କ୍ୟାବିନେଟ ଅନୁମୋଦନ କରିଛି। ସୁରକ୍ଷା କାରଣରୁ ଜେଲରେ କାର୍ଯ୍ୟ ପ୍ରକ୍ରିୟା ଚାଲିବାକୁ ସ୍ବତନ୍ତ୍ର କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ଅନୁମୋଦନ ଦିଆଯାଇଛି। ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ ମାମଲାର ରିପୋର୍ଟ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ହୋଇଥିଲା ଯାହାକୁ କ୍ୟାବିନେଟ ଅନୁମୋଦନ ଦେଇଛି।

ସୂଚନାଯୋଗ୍ୟ, ଇମ୍ରାନ୍‌ ଖାନ ସେପ୍ଟେମ୍ବରରୁ ଆଦିଆଲା ଜେଲରେ ରହିଛନ୍ତି। ଯେଉଁଠାରେ ଗତ ସପ୍ତାହ ପର୍ଯ୍ୟନ୍ତ ଜେଲରେ ତାଙ୍କ ଶୁଣାଣି ଚାଲିଥିଲା। ଇସଲାମାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସ୍ପେଶାଲ କୋର୍ଟର ବିଚାରପତି ଅବୁଅଲ ହସନତ ଜୁଲକର୍ନେନ ମଙ୍ଗଳବାର ସାଇଫର ମାମଲାର ଶୁଣାଣି କରିଛନ୍ତି। ସୁରକ୍ଷା କାରଣରୁ ଇମ୍ରାନ୍‌ ଖାନଙ୍କୁ ଉପସ୍ଥାପିତ କରାଯାଇ ନାହିଁ। ଗତ ସପ୍ତାହରେ ହୋଇଥିବା ଶୁଣାଣିରେ କୋର୍ଟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦଶିକ ମନ୍ତ୍ରୀ ମହମୂଦ କୁରୌଶୀଙ୍କୁ ଉପସ୍ଥାପନ କରିବାକୁ କହିଥିଲେ।

Share