ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି କରିବ ପାକିସ୍ତାନ

ଇସଲାମାବାଦ,୨୪ ।୭: ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ମନ୍ତ୍ରିମଣ୍ଡଳ ଶନିବାର ବିଦେଶରେ ଥିବା ଦେଶର ସମ୍ପତ୍ତିକୁ ଜରୁରୀକାଳିନ ପରିସ୍ଥିତିରେ ବିକ୍ରି କରିବାକୁ ସମସ୍ତ ପ୍ରକାର ପ୍ର୍‌ସ୍ତୁତି ପ୍ରକ୍ରିୟା ଶେଷ କରିବାକୁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଦେଶର ସମ୍ପତ୍ତିକୁ ଜରୁରୀ ବିକ୍ରି ପାଇଁ ନିୟାମକ ଯାଞ୍ଚକୁ ଶେଷ କରି ଦିଆଯାଇଛି । ଏହି ଅଧ୍ୟାଦେଶ ଜରିଆରେ ପାକିସ୍ତାନ ଦେଶ ଉପରେ ବୋଝ ହୋଇଥିବା ଆର୍ଥିକ ସଙ୍କଟକୁ ଦୂର କରିବାକୁ ଚେଷ୍ଟା କରିପାରେ ।
ଦ ଏକ୍ସପ୍ରେସ ଟ୍ରିବ୍ୟୁନ ଖବର କାଗଜର ସୂଚନା ଅନୁଯାୟୀ, ଅନ୍ତର ସରକାରୀ ବିଣିଜ୍ୟିକ କାରବାର ଅଧ୍ୟାଦେଶ-୨୦୨୨କୁ ଗୁରୁବାର ସଂଘିୟ ମନ୍ତ୍ରିମଣ୍ଡଳ ଦ୍ୱାରା ଅନୁମୋଦନ କରାଯାଇଥିଲା । ଏହି ଅଧ୍ୟାଦେଶ ଅନୁସାରେ, ସରକାର ଦେଶର ଅଦାଲତ ଉପରେ ସରକାରୀ କମ୍ପାନୀର ସମ୍ପତ୍ତି ଓ ଶେୟାରକୁ ବିଦେଶରେ ବିକ୍ରି ବିରୋଧରେ କୌଣସି ଆବେଦନର ବିଚାର ଉପରେ ଅଙ୍କୁଶ ଲଗାଇଛନ୍ତି ।

Share