ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଫାଇନ୍ସାସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍)ର ୬ଟି ସର୍ତ୍ତକୁ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି। ଭାରତର ମୋଷ୍ଟ ଓ୍ବାଣ୍ଡେଡ୍ ଆତଙ୍କବାଦୀ ମୌଲାନା ମାସୁଦ୍ ଆଝାର ଓ ହାଫିଜ୍ ସୟିଦ୍ଙ୍କ ବିରୋଧରେ ଇସ୍ଲାମାବାଦ କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ। ଏହାସହ ପାକିସ୍ତାନର ଅଫିସିଆଲ୍ ଲିଷ୍ଟ୍ରୁ ୪ ହଜାରରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କ ନାମ ଉଭାନ ହୋଇଯାଇଛି। ଏଥିଯୋଗୁ ବୈଶ୍ୱିକ ମନିଲଣ୍ଡରିଂ ଓ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ ଉପରେ ଅନୁଧ୍ୟାନ କରୁଥିବା ଏଫ୍ଏଟିଏଫ୍ର ‘ଧୂସର ତାଲିକା’ରେ ପାକିସ୍ତାନ ପୂର୍ବଭଳି ରହିବ। ଅକ୍ଟୋବର ୨୧-୨୩ରେ ହେବାକୁ ଥିବା ଏଫ୍ଏଟିଏଫ୍ର ବିସ୍ତୃତ ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପାକିସ୍ତାନକୁ ପୂର୍ବରୁ ୨୭ଟି ସର୍ତ୍ତ ଦିଆଯାଇଥିବାବେଳେ ସେଥିରୁ ୨୧ ସର୍ତ୍ତ ପୂରଣ କରିଥିବା ଏଫ୍ଏଟିଏଫ୍ ପକ୍ଷରୁ କୁହାଯାଇଛି।