ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା

ଇସ୍‌ଲାମାବାଦ,୨୮ା୯: ପାକିସ୍ତାନର ଖାଇବର ପଖ୍‌ତୁନଖ୍ବା ପ୍ରଦେଶର ଉତ୍ତର ଓ୍ବାଜିରିସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି।

ଏକ ତୈଳ କମ୍ପାନୀର କର୍ମଚାରୀମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଜରୁରୀ ଅବତରଣ ଉଦ୍ୟମ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରର ୨ ପାଇଲଟ ଏବଂ ଜଣେ କ୍ରିଉ ସଦସ୍ୟ ବିଦେଶୀ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆହତମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର କୌଣସି ସୂଚନା ମିଳିନାହିଁ।

Share