ଗ୍ରେ ଲିଷ୍ଟ୍‌ରୁ ପାକ୍‌ ମୁକ୍ତ

ଇସ୍‌ଲାମାବାଦ,୨୨ା୧୦: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ଲିଷ୍ଟ୍‌ ବା ଧୂସର ତାଲିକାରୁ ୪ ବର୍ଷ ପରେ ବାଦ୍‌ ପଡ଼ିଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ମନି ଲଣ୍ଡରିଂ ଅଭିଯୋଗରେ ପାକିସ୍ତାନ ଏହି ତାଲିକାରେ ସାମିଲ ହୋଇଥିଲା। କୌଣସି ଦେଶ ଗ୍ରେ ଲିଷ୍ଟ୍‌ରେ ରହିଲେ ତାକୁ ଅନ୍ତର୍ଜାତୀୟ ସହାୟତା ଓ ପାଣ୍ଠି ମିଳି ନ ଥାଏ। ଘୋର ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ପାକିସ୍ତାନ ଇତିମଧ୍ୟରେ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଏହି ତାଲିକାରୁ ବାଦ୍‌ ଦିଆଯାଇଥିବା ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି। ପ୍ୟାରିସରେ ଅକ୍ଟୋବର ୧୮ରେ ଆରମ୍ଭ ହୋଇଥିବା ଏଫ୍‌ଏଟିଏଫ୍‌ ବୈଠକ ଶୁକ୍ରବାର ଶେଷ ହୋଇଛି। ପାକିସ୍ତାନ ମୋଟ ୩୪ ସର୍ତ୍ତ ମଧ୍ୟରୁ ୨୭ଟି ପୂରଣ କରିଥିବା ଜଣାପଡ଼ିଛି।

Share