ନଓ୍ବାଜ ଶରିଫ ପୁଣି ହୋଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, ସଙ୍କେତ ଦେଲେ ଶହବାଜ

ଇସଲାମାବାଦ,୩୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅର୍ଥମନ୍ତ୍ରୀ ଇଶାକ ଦାରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବାକୁ ଆସନ୍ତା ମାସରେ ଜଣେ ‘ନିରପେକ୍ଷ ବ୍ୟକ୍ତି’ ଚୟନ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ ସେ ଏକ ବଡ ସଙ୍କେତ ମଧ୍ୟ ଦେଇଛନ୍ତି।

ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଦଳର ଅଧ୍ୟକ୍ଷ ଶେହବାଜ ସରିଫ ମଧ୍ୟ ତାଙ୍କ ବଡ଼ ଭାଇ ନୱାଜ ସରିଫଙ୍କ ପାକିସ୍ତାନକୁ ଫେରିବା ନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନୱାଜ ୨୦୧୯ରୁ ଲଣ୍ଡନରେ ରହୁଛନ୍ତି। ସେ ୩ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ରହି ସାରିଛନ୍ତି।
ଶେହବାଜ ସରିଫ କହିଛନ୍ତି ଯେ ଯଦି ପିଏମଏଲ-ଏନ ନିର୍ବାଚନରେ ବିଜୟୀ ହୁଏ ତେବେ ୭୩ ବର୍ଷିୟ ନୱାଜ ସରିଫ ଦେଶର ପ୍ରଧାନମନ୍ତ୍ରୀ ହେବେ। ସେ କହିଛନ୍ତି ଯେ ସଂସଦର ନିମ୍ନ ଗୃହର କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ବିଧାନସଭା (ଏନଏ)) ର ବିଲୋପ ପାଇଁ ବିଜ୍ଞପ୍ତି ରାଷ୍ଟ୍ରପତି ଆରିଫ ଅଲଭିଙ୍କ ନିକଟକୁ ପଠାଯିବ। ଅଗଷ୍ଟ ୧୨ରେ ମଧ୍ୟରାତ୍ରିରେ ଅଥ;ାତ୍‌ ୧୨ଟାରେ ଏନଏ ଏହାର କାର୍ଯ୍ୟ ଶେଷ କରିବ।
ସହଯୋଗୀ, ପିଏମଏଲ-ଏନର ସର୍ବୋଚ୍ଚ ନେତା ନୱାଜ ସରିଫ ଏବଂ ରାଷ୍ଟ୍ରୀୟ ବିଧାନସଭାରେ ବିରୋଧୀ ଦଳର ନେତା ରାଜା ରିଆଜଙ୍କ ସହ ପରାମର୍ଶ ପରେ ଏକ କାର୍ଯ୍ୟର୍ନିବାହୀ ବ୍ୟବସ୍ଥାରେ ସହମତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Share