ଆଇଏସଆଇଏସର ୨ କମାଣ୍ଡରଙ୍କ ସମେତ ୭ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଇସଲାମାବାଦ,୪।୯: ପଞ୍ଜାବ ପ୍ରଦେଶରେ ୭ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରି ପାକିସ୍ତାନର ଆଇନ ପ୍ରଣୟନକାରୀ ସଂସ୍ଥା ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି। ଇସ୍ଲାମିକ ଷ୍ଟେଟ ଅଫ ଇରାକ ଏଣ୍ଡ ସିରିଆ (ଆଇଏସଆଇଏସ) ର ଦୁଇଜଣ ମୁଖ୍ୟ କମାଣ୍ଡର ଏଥିରେ ସାମିଲ ଅଛନ୍ତି। ପୋଲିସ ସୋମବାର ଏହି ଦାବି କରିଛି। ସେ ସୂଚନା ଦେଇଛନ୍ତି ଯେ, ପଞ୍ଜାବ ପୋଲିସର କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) ପ୍ରଦେଶର ବିଭିନ୍ନ ଜିଲାରେ ଗୁପ୍ତଚର ଆଧାରିତ ଅଭିଯାନ ଚଳାଇଛି, ଯାହା ପରେ ଏହି ଗିରଫଦାରୀ କରାଯାଇଛି।

Share