ନୂଆଦିଲ୍ଲୀ, ୧୭ା୭: ପାକିସ୍ତାନରେ ଏକ ସଂଗଠିତ ଅପରାଧୀ ଗ୍ୟାଙ୍ଗ ସିନ୍ଧ୍ ପ୍ରଦେଶର କାଶ୍ମୋରେ ଏବଂ ଘୋଟ୍କି ଜିଲାରୁ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୩୦ ଜଣଙ୍କୁ ବନ୍ଧକ ରଖିଛି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପାକିସ୍ତାନର ମାନବାଧିକାର କମିଶନ ପ୍ରତିବାଦ ଜଣାଇଛି। ଉକ୍ତ ଗ୍ୟାଙ୍ଗ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ଧମକ ଦେଇଥିବାରୁ ଏହାର ତଦନ୍ତ ଗୃହ ବିଭାଗ ଦ୍ୱାରା କରିବା ପାଇଁ ମାନବାଧିକାର କମିଶନ ପକ୍ଷରୁ ଆହ୍ବାନ କରାଯାଇଛି।