ସୁପ୍ରିମକୋର୍ଟରୁ ପାକିସ୍ତାନ ସରକାରଙ୍କୁ ଝଟକା, ମଉଳିଲା ନଓ୍ବାଜଙ୍କ ନିର୍ବାଚନ ଲଢିବା ଆଶା

ଇସଲାମବାଦ,୧୧।୮: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟରେ ଶେହବାଜ ସରିଫ୍‌ ସରକାରଙ୍କୁ ଲାଗିଛି ଝଟକା। ଶୁକ୍ରବାର କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ପାକିସ୍ତାନ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ଏବଂ ଆଦେଶ ସମୀକ୍ଷା ଅଧିନିୟମ, ୨୦୨୩ ସଂପୂର୍ଣ୍ଣ ଭାବରେ ‘ଅସମ୍ବିଧାନିକ’ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ସରକାର ଉଚ୍ଚତମ ନ୍ୟାୟାଳୟ ଦ୍ବାରା ଦୋଷୀ ସାବ୍ୟସ୍ତକୁ ଚାଲେଞ୍ଜ କରିବାପାରିବା ଅଧିକାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଏବଂ ଆଦେଶ ସମୀକ୍ଷା ଅଧିନିୟମ, ୨୦୨୩ ଆଇନ ଆଣିଥିଲେ। ଏହା ଦ୍ବାରା କୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିହେବ। ହେଲେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପାକିସ୍ତାନ ମୁସଲିମ ଲିଗ ମୁଖ୍ୟ ନଓ୍ବାଜ ସରିଫ ଆାଜୀବନ ଅଯୋଗ୍ୟତାକୁ ଚାଲେଞ୍ଜ ଦେବାକୁ ଦାବି କରୁଥିଲେ। ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବଡ଼ ଭାଇ ନଓ୍ବାଜଙ୍କୁ ୨୦୧୭ରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ପୀଠ ଅଯୋଗ୍ୟ ଘୋଷଣା କରିଥିଲେ, କିନ୍ତୁ ସେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନ କରିପାରି ନ ଥିଲେ। ୨୦୧୮ ରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସେ ସାର୍ବଜନିକ ପଦ ସମ୍ଭାଳିବ ପାଇଁ ଆଯୋଗ୍ୟ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ ତାଙ୍କ ନିର୍ବାଚନ ଲଢିବା ସ୍ବପ୍ନ ମଉଳି ଯାଇଛି।

Share