ନୂଆଦିଲ୍ଲୀ,୧୩।୧୦: ରାଜଧାନୀ ଦିଲ୍ଲୀରେ ଜଣେ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛନ୍ତି। ମିଛି ପ୍ରମାଣ ପତ୍ର କରି ସେ ୧୩ ବର୍ଷ ହେଲା ଭାରତରେ ରହୁଥିବା ପୋଲିସ ପକ୍ଷରୁ କୁହାଯାଇଛି।
ପାକିସ୍ତାନର ଆଇଏସ୍ଆଇ ନିର୍ଦ୍ଦେଶରେ ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିଥିଲେ ମହମ୍ମଦ ଇର୍ଫାନ (୪୦)। ସ୍ଲିପର ସେଲର ଅଂଶ ଭାବେ ସେ ଭାରତରେ ରହୁଥିଲେ। ଏହି ସ୍ଲିପର ସେଲ ମାଧ୍ୟମରେ ଚଳିତ ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଘଟାଇବାର ଯୋଜନା ଥିଲା ବୋଲି ସ୍ପେଶାଲ ସେଲର ଡିଏସ୍ପି ପ୍ରମୋଦ କୁଶ୍ୱାହା କହିଛନ୍ତି।