Categories: ଖେଳ

ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୨୭।୧୦: ବିଶ୍ୱକପର ୨୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବୋଳିଂ କରିବାକୁ ପଡିଆକୁ ଓହ୍ଲାଇଛି। ଏହି ବିଶ୍ୱକପରେ ପାକିସ୍ତାନ ଦଳ ୫ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଛି। ସେ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି। ଅନ୍ୟପକ୍ଷରେ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି।

Share