କଲମ୍ବୋ,୨୩ା୭: ଏମର୍ଜିଂ ଏସିଆ କପ୍ ଫାଇନାଲରେ ପାକିସ୍ତାନ ‘ଏ’ ଚମତ୍କାର ପ୍ରଦର୍ଶନ କରି ଭାରତ ‘ଏ’କୁ ପରାସ୍ତ କରିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୫୨ ରନ୍ କରିଥିଲା। ଫଳରେ ଭାରତ ଆଗରେ ୩୫୩ ରନ୍ର ବିଶାଳ ଟାର୍ଗେଟ ରଖିଥିଲା ପାକିସ୍ତାନ। ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୦ ଓଭରରେ ୨୨୪ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଫଳରେ ପାକିସ୍ତାନ ‘ଏ’ ୧୨୮ ରନ୍ର ବୃହତ୍ ବିଜୟ ସହ ଏମର୍ଜିଂ ଏସିଆ କପ୍ର ଚାମ୍ପିୟନ ବିବେଚିତ ହୋଇଛି।