ପାକିସ୍ତାନର ଚିନ୍ତା ବଢାଇଲାଣି ଘନ ଘନ ବିଜୁଳି କାଟ

ଇସଲାମାବାଦ,୨୦।୭: ପାକିସ୍ତାନର ଗିଲଗିଟ ବଲ୍ଟିସ୍ତାନ ଅବାମି ଆକ୍ସନ କମିଟି (ଏଏସି)ସ୍କର୍ଦୁ ସହରରେ ବିରୋଧ ପ୍ରଦର୍ଶନ କରିଛି। ଏହାର କାରଣ ହେଉଛି ଉକ୍ତ ଅଞ୍ଚଳରେ ବିଜୁଳି କାଟ ଏକ ନୀୟମିତ ଘଟଣା ପାଲଟି ଗଲାଣି। ଅବାମି ଆକ୍ସନ କମିଟି(ଏଏସି), ବଲ୍ଟିସ୍ତାନ ଜମ୍ମୁ-କଶ୍ମୀର ପିପୁଲ୍ସ ନାଶନାଲ ପାର୍ଟି(ଜେକେପିଏନପି)ସହ ଜଡିତ ଏକ ସାର୍ବଜନିନ ମଞ୍ଚ। ଏଏସି ପକ୍ଷରୁ ଉକ୍ତ ଅଞ୍ଚଳରେ ବାରମ୍ବାର ବିଜୁଳି କାଟିବାକୁ ବିରୋଧ କରି ୧୫ ଜୁଲାଇରେ ପ୍ରଦର୍ଶନ କରାଯାଇଥିଲା ଏବଂ ଗ୍ବାଡି, ହାର୍ପୋ ଓ ସହର ୟାଂଗ ବିଜୁଳି ପରିଯୋଜନାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା।

ସ୍କଦୁର୍ର୍ ଅଞ୍ଚଳରେ ଲୋଡ ସେଡିଙ୍ଗ ଶେଷ କରିବାକୁ ତିନୋଟି ବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ଅନୁରୋଧ ସହିତ ବ୍ୟାନର ଧରି ଶହ ଶହ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ବିକ୍ଷୋଭକାରୀଙ୍କୁ ସମ୍ବୋଧିତ କରି ବଲ୍ଟିସ୍ତାନର ଏଏସିର ସଭାପତି ନଜାଫ ଅଲି ସ୍କଦୁର୍ର୍ରେ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବାରୁ ପ୍ରଶାସନକୁ ସମାଲୋଚନା କରି ଏହା ଅଞ୍ଚଳ ତଥା ଏହାର ଲୋକଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି।

Share