ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ଇସ୍‌ଲାମାବାଦର କ୍ୟାପିଟାଲ ଡେଭେଲପମେଣ୍ଟ ଅଥରିଟି (ସିଡିଏ)ର ଫେସ୍‌ବୁକ୍‌ ପେଜ୍‌ ଅନୁଯାୟୀ ଇସ୍‌ଲାମାବାଦ ମେଟ୍ରୋପଲିଟାନ କର୍ପୋରେଶନ ମାଗଣା ଯୋଗ କ୍ଲାସ୍‌ ଆରମ୍ଭ କରିଛି। ରାଜଧାନୀର ଏଫ୍‌-୯ ପାର୍କରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ବହୁସଂଖ୍ୟାରେ ଲୋକ ସୁସ୍ଥ ଓ ଆରୋଗ୍ୟ ଯାତ୍ରାରେ ସାମିଲ ହେବା ପାଇଁ ଯୋଗ ପ୍ରଶିକ୍ଷଣ ନେଉଛନ୍ତି। ୨୦୧୪ ଡିସେମ୍ବର ୧ରେ ଜାତିସଂଘ ଯୋଗକୁ ସ୍ବୀକୃତି ଦେବା ପରେ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି।

Share