ପାକିସ୍ତାନରେ ସଡ଼କ ଦୁର୍ଘଟଣା, ୮ ମୃତ ୧୦ ଆହତ

ଇସଲାମାବାଦ,୧୦।୮: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ମିଳିଛି। ରେସକ୍ୟୁ ୧୧୨୨ର ପ୍ରବକ୍ତା ମହମ୍ମଦ ଫାରୁକ କହିଛନ୍ତି ଯେ ଲାହୋରଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ପଞ୍ଜାବର ମିଆନ ଚନ୍ନୁରରୁ ଭକ୍କର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଭ୍ୟାନ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଗାଡିରେ ଧକ୍କା ଦେଇଥିଲା।
ଏହି ଭୟଙ୍କର ଦୁର୍ଘଟଣାରେ ୭ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଏଥିସହ ୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣାର ସ୍ପଷ୍ଟ କାରଣ ଜଣାପଡି ନାହିଁ। ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ମୋହସିନ ନକଭି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସେ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Share