ସଙ୍କଟରେ ପାକିସ୍ତାନ, ପୁଣି ଘନେଇଲା ଡୁରାଣ୍ଡ ଲାଇନକୁ ନେଇ ବିବାଦ

କାବୁଲ,୨୨।୬: ଆଫଗାନିସ୍ତାନରେ ତାଲିବାନର ବିଜୟରେ ଖୁସି ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କ ଖୁସି କିଛିଦିନ ମଧ୍ୟରେ ମଉଳିବାର ପରିଲକ୍ଷିତ ହେଉଛି। ପାକିସ୍ତାନ-ଆଫଗାନିସ୍ତାନ ସୀମା ଡୁରାଣ୍ଡ ଲାଇନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ତଥା ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୌଲଭି ୟାକୁବ ମୁଜାହିଦ କହିଛନ୍ତି ଯେ, ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ୧୩୦ବର୍ଷର ପୁରୁଣା ସୀମା କେବଳ ଏକ ‘କଳ୍ପନା ରେଖା’। ଯେବେ ଆଫଗାନିସ୍ତାନର ନାଗରିକ ଚାହିଁବେ ସେତେବେଳେ ଏହି ପ୍ରସଙ୍ଗ ଉଠାଯିବ। ବର୍ତ୍ତମାନ ଆମେ କାହା ସହିତ ଯୁଦ୍ଧ କରିବାକୁ ଚାହୁଁନାହୁଁ।

ଆଫଗାନିସ୍ତାନ ପାକିସ୍ତାନ ପାର୍ଶ୍ୱରେ ଥିବା ପାଶ୍ଟୁନ ଅଞ୍ଚଳ ଉପରେ ନିଜର ବୋଲି ଦାବି କରିଛି। ଏଥିରେ ପୂର୍ବତନ ଫେଡେରାଲ ଆଡମିନିଷ୍ଟ୍ରେଡ ଆଦିବାସୀ କ୍ଷେତ୍ର ଏବଂ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର କିଛି ଅଂଶ ଅନ୍ତର୍ଭୁକ୍ତ ।

 

Share