ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…

ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ସୀମା କ୍ରସିଂକୁ ବନ୍ଦ କରିବାକୁ ପଡିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଧିକାରୀମାନେ କହିଛନ୍ତି ଯେ ଗୁଳି ବିନିମୟ ଯୋଗୁ ପଦକ୍ଷେପ ଗ୍ରହଣ କରାଯାଇଛି। ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର ଚମନ ସୀମା ହେଉଛି ଦେଶର ପାର୍ବତ୍ୟ ଉତ୍ତର-ପଶ୍ଚିମରେ ଟୋର୍କାମ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୀମା।

ଗୁଳି ବିନିମୟରେ ଜଣେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ଅଧିକାରୀମାନେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ରାଜ୍ୟପାଳଙ୍କ ମୁଖପାତ୍ର ଅତାଉଲ୍ଲା ଜୈଦି ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ତାଙ୍କ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇନାହିଁ।

କାନ୍ଦାହାରର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଯେତେବେଳେ ତାଲିବାନ ସୈନିକମାନେ ପାକିସ୍ତାନୀ ସୈନିକମାନଙ୍କୁ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ପ୍ରତି ଅତ୍ୟାଚାର ବନ୍ଦ କରିବାକୁ କହିଥିଲେ ସେତେବେଳେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ଚମନରେ ସୀମା କ୍ରସିଂ କେବେ ଖୋଲିବ ବୋଲି ଅଧିକାରୀମାନେ ଏପର୍ଯ୍ୟନ୍ତ କହି ନାହାଁନ୍ତି।

Share