Categories: ଜାତୀୟ

ଦାଉଦ୍‌ କରାଚୀରେ ଥିବା ମାନିଲା ପାକିସ୍ତାନ

ମୁମ୍ବାଇ, ୨୩ା୮ : ପାକିସ୍ତାନ ଶେଷରେ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମ୍‌ କରାଚୀରେ ରହୁଥିବା କଥା ସ୍ବୀକାର କରିଛି। ଏଫ୍‌ଏଟିଏଫ୍‌ କଳା ତାଲିକାକୁ ଡରି ଆତଙ୍କବାଦୀଙ୍କ ନାମ ତାଲିକାରେ ପାକିସ୍ତାନ ଦାଉଦ୍‌୍‌ଙ୍କ ନାମକୁ ଯୋଡ଼ିଛି। ପାକିସ୍ତାନ ସରକାରଙ୍କ ପକ୍ଷରୁ ଏନେଇ ଜାରି କରାଯାଇଥିବା ନୋଟିସ୍‌ରେ ଦାଉଦ୍‌ଙ୍କ ଘର କରାଚୀର ସୌଦି ମସ୍‌ଜିଦ୍‌ ନିକଟ ହ୍ବାଇଟ ହାଉସ୍‌ରେ ବୋଲି ଦର୍ଶାଯାଇଛି।

Share