ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୫ ଶିଶୁ ମୃତ

କାବୁଲ,୧୬ା୪: ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନୀ ବିମାନଗୁଡ଼ିକ ଅନେକ ଥର ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଶିଶୁ ଏବଂ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖୋଷ୍ଟ ପ୍ରଦେଶର ଅଧିକାରୀମାନେ କହିଛନ୍ତି,ପାକିସ୍ତାନୀ ବିମାନଗୁଡ଼ିକ ଶୁକ୍ରବାର ରାତିରେ ପ୍ରଦେଶର ପେସା ମିଲା ଏବଂ ମିର ସଫର ଅଞ୍ଚଳରେ ବୋମାମାଡ଼ କରିଛନ୍ତି।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ଖୋଷ୍ଟ ପ୍ରଦେଶର ସ୍ପେରା ଜିଲାରେ ଦୁଇ ପରିବାରର ୩୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ସମୟରେ କୁନାର ପ୍ରଦେଶର ଶାଲଟନ ଜିଲାର ସ୍ଥାନୀୟ ବାସିନ୍ଦା କହିଛନ୍ତି, ପାକିସ୍ତାନ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୫ ଶିଶୁ ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ଘଟଣା ସମ୍ପର୍କରେ ପାକିସ୍ତାନ ସରକାର କିମ୍ବା ଆଫଗାନିସ୍ତାନରେ ତାଲିବାନ ନେତୃତ୍ୱାଧୀନ ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି। ସେହି ପ୍ରଦେଶଗୁଡିକରେ ପାଷ୍ଟୁନ ଇସଲାମବାଦୀ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି।

Share