Categories: ଖେଳ

ପାକିସ୍ତାନ ଅଲ୍‌ରାଉଣ୍ଡର ଶଦାବଙ୍କ ମୁଣ୍ଡରେ ଆଘାତ

ଚେନ୍ନାଇ, ୨୮।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ମ୍ୟାଚ ଅବସରରେ ମୁଣ୍ଡରେ ଆଘାତ ପାଇଥିଲେ ପାକିସ୍ତାନ ଅଲ୍‌ରାଉଣ୍ଡର ଶଦାବ ହୋସେନ। ଦକ୍ଷିଣ ଆଫ୍ରିକା ରନ୍‌ ଚେଜ୍‌ କରିବାବେଳେ ପ୍ରଥମ ଓଭରରେ ହିଁ ଏହା ଘଟିଥିଲା।

କ୍ୱିଣ୍ଟନ ଡି’କକ୍‌ଙ୍କୁ ରନ୍‌ଆଉଟ କରିବାକୁ ଯାଇ ଶଦାବ ମୁଣ୍ଡ ଏବଂ କାନ୍ଧରେ ଆଘାତ ପାଇଥିଲେ। ଷ୍ଟେଚର ଆସିଥିଲେ ହେଁ ଡାକ୍ତରୀ ଚିକିତ୍ସା ପରେ ସେ ଚାଲିଚାଲି ଡ୍ରେସିଂରୁମ୍‌କୁ ଯାଇଥିଲେ। କିଛି ସମୟ ପରେ ସେ ପଡ଼ିଆକୁ ଆସିଥିଲେ ମଧ୍ୟ ପୁଣି ଫେରି ଯାଇଥିଲେ। ତାଙ୍କ ସ୍ଥାନରେ କନ୍‌କଶନ ସବ୍‌ଷ୍ଟିଚ୍ୟୁଟ ଭାବେ ସ୍ପିନର ଉସମା ମୀର ମ୍ୟାଚର ଅବଶିଷ୍ଟ ସମୟ ଖେଳିଥିଲେ।

Share