ପାକିସ୍ତାନର ଭଲ ବନ୍ଧୁ ହୋଇପାରିବ ନାହିଁ ଭାରତ, ଜାଣନ୍ତୁ କିଏ କାହିଁକି ଏମିତି କହିଲେ

ଇସ୍‌ଲାମାବାଦ,୧୮।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ସବୁବେଳେ ଲାଗି ରହିଛି। ଏହା ପରେ ମଧ୍ୟ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ପ୍ରୟାସ କରୁଛି। ନିକଟରେ ଦୁବାଇରେ ପାକିସ୍ତାନ ଏବଂ ଭାରତର ଉଚ୍ଚ ପଦାଧିକାରୀଙ୍କ ଏକ ବୈଠକ ବସିଥିଲା, ଯାହା ଏହି ଘଟଣାର ଜ୍ୱଳନ୍ତ ଉଦାହରଣ। ମାତ୍ର ପାକିସ୍ତାନର ରାଷ୍ଟ୍ରଦୂତ କହିଛନ୍ତି ଯେ, ଭାରତ ପ୍ରକୃତରେ ପାକିସ୍ତାନ ସହ ବନ୍ଧୁତା କରିବାକୁ ଚାହୁଁନାହିଁ।

ଏକ ରିପୋର୍ଟ ଅନୁଯାୟୀ, ଦୁବାଇ ଏହି କଥାବାର୍ତ୍ତାରେ ମଧ୍ୟସ୍ଥତା କରିଥିଲା। ବୈଠକର ମୁଖ୍ୟ ଲକ୍ଷ୍ୟ, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏପରି ସ୍ତରକୁ ଆଣିବା ଯଦ୍ଦ୍ବାରା ପାରସ୍ପରିକ କଥାବାର୍ତ୍ତା ଜାରି ରହିପାରିବ ଏବଂ ତିକ୍ତତା ହ୍ରାସ ପାଇବ। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାର ଠିକ୍‌ ଦୁଇଦିନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶି ମଧ୍ୟ ତିନିଦିନିଆ ଗସ୍ତରେ ଦୋହାରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଦୁବାଇର ଶାହଙ୍କ ସମେତ ବିଭିନ୍ନ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଆମେରିକାରେ ପାକିସ୍ତାନ ରାଷ୍ଟ୍ରଦୂତ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତାକୁ ହ୍ରାସ ଏବଂ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଦୁବାଇ ଚେଷ୍ଟା କରିଛି। ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି ହୁଭର ଇନ୍‌ଷ୍ଟିଚ୍ୟୁଟ୍‌ ସହିତ ଏକ ଭର୍ଚୁଆଲ ପରାମର୍ଶ ସମୟରେ ପାକିସ୍ତାନ ରାଷ୍ଟ୍ରଦୂତ ୟୁସୁଫ୍‌ ଅଲ ଓତେବା କହିଛନ୍ତି ଯେ, କଶ୍ମୀର ପ୍ରସଙ୍ଗରେ ଦୁବାଇ ଦୁଇ ଦେଶ ମଧ୍ୟରେ ପଦକ୍ଷେପ ନେଇଛି ଏବଂ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଣବିକ ଶକ୍ତି ସହିତ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାରେ ଦୁବାଇ ପ୍ରଥମେ ଏକ ପ୍ରଭାବଶାଳୀ କାର୍ଯ୍ୟ କରିଛି।

ଏହି ସମୟରେ ଓତେବା କହିଛନ୍ତି ଯେ, ପାକିସ୍ତାନ ପାଇଁ ଭାରତ କେବେ ବି ଉତ୍ତମ ବା ଭଲ ବନ୍ଧୁ ହୋଇପାରିବ ନାହିଁ। ମାତ୍ର ପାକିସ୍ତାନ ଏହି ସମ୍ପର୍କକୁ ଏକ ସ୍ତରକୁ ଆଣିବାକୁ ଚାହୁଁଛି, ଯାହା ସବୁକିଛି ସୁରୁଖୁରୁରେ ଚାଲିପାରିବ। ଫଳରେ ଉଭୟ ଦେଶ ପରସ୍ପର ସହ କଥାବାର୍ତ୍ତା କରିପାରିବେ। ୨୦୧୯ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଚଳିତବର୍ଷ ଦୁଇ ଦେଶର ଡିଜିଏମ୍‌ଓ ବୈଠକରେ ଏହା ପୁଣି ଥରେ ଆରମ୍ଭ ହୋଇଛି। ଏହା ପରେ ଦୁଇ ଦେଶ ମୁଖ୍ୟ ମଧ୍ୟ ପରସ୍ପରକୁ ଚିଠି ଲେଖିଥିଲେ।

Share