Categories: ଖେଳ

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ,୨୨।୯: ବିଶ୍ୱକପ୍‌ ୨୦୨୩ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦଳ ଘୋଷଣା କରିଛି। ବାବର ଆଜାମଙ୍କ ଅଧିନାୟିକତ୍ୱ ଦଳରେ ହସନ ଅଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ଆହତ କାରଣରୁ ଦ୍ରୁତ ବୋଲର ନସିମ ଶାହାଙ୍କୁ ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯାଇଛି। ଏସିଆ କପ୍‌ ୨୦୨୩ରେ ନାସିମ ଆହତ ହୋଇଥିଲେ। ଶାହିନ ଆଫ୍ରିଦି, ହାରିସ ରୌଫ ଏବଂ ସଲମାନ ଆଗା ଦଳର ସାମିଲ ହୋଇଛନ୍ତି। ଉପ-ଅଧିନାୟକ ଭାବେ ଶାଦବ ଖାନଙ୍କୁ ନିଯୁକ୍ତ କରାଯାଇଛି।

ନସିମ ଶାହା ପାକିସ୍ତାନର ଶ୍ରେଷ୍ଠ ବୋଲର ତାଲିକାରେ ସ୍ଥାନ ପାଇଛନ୍ତି। କିନ୍ତୁ ଆହତ କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ଦଳ ହସନ ଅଲିଙ୍କ ଉପରେ ଭରସା କରିଛି। ଜୁନ ୨୦୨୨ରୁ ହସନ ପାକିସ୍ତାନର ଦିନିକିଆ ଦଳରୁ ବାହାରେ ଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ସେ ଜଣେ ଅଭିଜ୍ଞ ବୋଲର। ଏହି ସମୟରେ ଦଳକୁ ତାଙ୍କର ବହୁତ ଆବଶ୍ୟକ ରହିଛି। ୬୦ଟି ଦିନିକିଆ ମ୍ୟାଚରେ ହସନ ୯୧ଟି ଉଇକେଟ୍‌ ନେଇଛନ୍ତି।

ବିଶ୍ୱକପ୍‌ ୨୦୨୩ ପାଇଁ ପାକିସ୍ତାନର ଦଳ: ବାବର ଆଜମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ-ଉଲ-ହକ, ଅବଦୁଲ୍ଲା ଶଫିକ, ମହମ୍ମଦ ରିଜୱାନ, ସାଉଦ ଶକିଲ, ଇଫ୍‌ତିଖାର ଅହମ୍ମଦ, ସଲମାନ ଅଲି ଆଗା, ମହମ୍ମଦ ନୱାଜ, ଉସାମା ମିର, ହାରିସ ରୌଫ, ହସନ ଅଲି, ଶାହିନ ଆଫ୍ରିଦି, ମହମ୍ମଦ ୱସିମ।

 

Share