ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୧ା୯: ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅଗଷ୍ଟରେ ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲି ଜାଭେଦ ଅଗଷ୍ଟ ୨୦ରେ ଫେଡେରାଲ ରାଜଧାନୀରେ ଜଣେ ମହିଳା ବିଚାରପତିଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

ଇମ୍ରାନ ଗୁରୁବାର ଅପରାହ୍ନରେ କୋର୍ଟରେ ହାଜର ହୋଇଥିଲେ। ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବୃଦ୍ଧି କରି କୋର୍ଟ ଇମ୍ରାନଙ୍କୁ ୧ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share