Advertisement
Categories: Home Leftଖେଳ

ପାକିସ୍ତାନ ଟିମକୁ ଫେରିଲେ ଦୁଇ ଘାତକ ବୋଲର, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପରେ ନିରାଶଜନକ ପ୍ରଦର୍ଶନ କରିବା ପରେ ଦଳର ଅଧିନାୟକ ବାବର ଆଜମ, ବୋଲିଂ କୋଚ୍ ମୋର୍ଣ୍ଣି ମର୍କେଲ ଇସ୍ତାଫା ଦେଇଛନ୍ତି। ଯାହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ପୁନର୍ଗଠନ ହୋଇଛି। ମଙ୍ଗଳବାର ଦିନ ପିସିବି ଉମର ଗୁଲଙ୍କୁ ଦ୍ରୁତ ବୋଲିଂ କୋଚ୍ ଏବଂ ସୟଦ ଅଜମଲଙ୍କୁ ସ୍ପିନ୍ ବୋଲିଂ କୋଚ୍ ନିଯୁକ୍ତ କରିଛି। ଏହି ଦୁଇ କ୍ରିକେଟର ଡିସେମ୍ବର-ଜାନୁଆରୀରେ ଅଷ୍ଟ୍ରେଲିଆ ଗସ୍ତରୁ ଦଳରେ ଯୋଗଦେବେ।

ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହେବା ପରେ ପାକିସ୍ତାନ ଏହାର କୋଚିଂ ସେଟଅପ୍ ଏବଂ ନେତୃତ୍ୱରେ ପରିବର୍ତ୍ତନ କରୁଥିବା ବେଳେ ଏହି ନିଯୁକ୍ତି ମଧ୍ୟ ଆସିଛି। ବାବର ଆଜାମ ସମସ୍ତ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି, ଶାନ ମାସୁଦ ତାଙ୍କୁ ଟେଷ୍ଟ ଅଧିନାୟକ ଭାବରେ ବଦଳାଇଥିବାବେଳେ ଶାହିନ ଶାହା ଆଫ୍ରିଦି ଟି୨୦ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ପୂର୍ବତନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କୁ ସିନିୟର ପୁରୁଷ ଦଳର କ୍ରିକେଟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପୂର୍ବତନ ପେସର ୱାହାବ ରିଆଜ ଚୟନକର୍ତ୍ତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share