ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ରହିଛି ସେନାର ହାତ!

ଇସଲାମବାଦ,୩୦।୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ ଘଟିଥିଲା। ଏହାର କିଛି ଘଣ୍ଟା ପରେ ଖାଇବର ପଖତୁନଖାର ହଙ୍ଗୁ ସହରରେ ଥିବା ଏକ ମସଜିଦରେ ବିସ୍ଫୋରଣ ଘଟି ୪ ଜଣ ପ୍ରାଣ ହରାଇବା ସହ ୧୨ ଆହତ ହୋଇଛନ୍ତି।
ପାକିସ୍ତାନର ନିର୍ବାଚନ ଆୟୋଗ ଦେଶରେ ନିର୍ବାଚନ ତାରିଖ ଘୋଷଣା କରିବା ଦିନଠାରୁ ଆତଙ୍କବାଦୀ ସଂଗଠନଗୁଡ଼ିକ ସକ୍ରିୟ ହୋଇପଡିଛନ୍ତି। ଆତଙ୍କବାଦୀ ସଂଗଠନ ଏକ ବୟାନ ଜାରି କରି ନିର୍ବାଚନ ପାଇଁ କୌଣସି ରାଜନୈତିକ ପାର୍ଟି ସମାବେଶ କରନ୍ତୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ନଚେତ ସେମାନେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିବେ। ଏଥିସହ କୌଣସି ପାକିସ୍ତାନୀ ଏହି ସମାବେଶରେ ଯୋଗ ଦେଲେ ସେମାନେ ମଧ୍ୟ ଆତଙ୍କବାଦୀଙ୍କ ଶିକାର ହେବେଙ୍‌ବାଲି ସଂଗଠନ ଚେତାବନୀ ଦେଇଛି।

ତେବେ ବର୍ତ୍ତମାନର ପାକିସ୍ତାନ ସରକାର ଦେଶରେ ନିର୍ବାଚନ କରିବାକୁ ଚାହୁଁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଦେଶର ଆଭ୍ୟନ୍ତରୀଣ ସ୍ଥିତି ଏବଂ ଅର୍ଥନୈତିକ ଅଚଳାବସ୍ଥା ଯୋଗୁଁ ସରକାର ମଧ୍ୟ ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିର୍ବାଚନ ତାରିଖ ସ୍ଥଗିତ ରଖିବା ପାଇଁ ଆତଙ୍କବାଦୀ ସଂଗଠନ ସହ ମିଳିତ ଭାବେ ସେନା ଦ୍ୱାରା ଏହି ଷଡଯନ୍ତ୍ର କରାଯାଇଥିଲା। ଯେଉଁଥିରେ ଆତଙ୍କବାଦୀ ସଂଗଠନ ଏକାସାଙ୍ଗରେ ୨ଟି ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନେକ ନିରୀହ ପାକିସ୍ତାନୀ ନିହତ ହୋଇଛନ୍ତି। ଏପରି ପରିସ୍ଥିତିରେ ନିର୍ବାଚନ କରିବା ସମ୍ବ ହେବ ନାହିଁ। ଖୁବ ଶୀଘ୍ର ଦୁଇଟି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିପାରନ୍ତି।

Share