ଇସଲାମାବାଦ,୧୪।୮: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କାଶ୍ମୀରର ଆଳାପ କରିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି ଏବଂ କହିଛନ୍ତି ଯେ ଭାରତ ଶାନ୍ତି ଚାହେଁ ନାହିଁ। ସୋମବାର ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ସେନା ମୁଖ୍ୟ ରବିବାର ବିଳମ୍ବିତ ରାତିରେ ଲୋକଙ୍କୁ ସମ୍ବୋଧିତ କରିଥିଲେ ଏବଂ ପରେ ଭାରତରୁ କାଶ୍ମୀର ପର୍ଯ୍ୟନ୍ତ ବିଷ ଓଗାଳି ଥିଲେ।
ଆତଙ୍କ ସୃଷ୍ଟି କରି ବିଶ୍ୱର ଶାନ୍ତି ଭଙ୍ଗ କରିଥିବା ପାକିସ୍ତାନ ଭାରତକୁ ଶାନ୍ତିର ଶିକ୍ଷା ଦେବାକୁ ଚେଷ୍ଟା କରିଥିଲା। ପାକିସ୍ତାନୀ ସେନା ମୁଖ୍ୟ କହିଛନ୍ତି ଯେ ଭାରତ ପାକିସ୍ତାନ ସହ ଆଲୋଚନା କରିବାକୁ କେବେ ପ୍ରସ୍ତୁତ ନୁହେଁ। ତେଣୁ ଏହା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ବିପଦ। ତେବେ ସେ ଏହା କହିବା ଭୁଲି ଯାଇଛନ୍ତି ଯେ ପାକିସ୍ତାନ ନିଜେ ଆତଙ୍କବାଦୀଙ୍କ ମାଧ୍ୟମରେ ସମଗ୍ର ଭାରତୀୟ ଉପମହାଦେଶର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି।