ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ ଏହା ସ୍ପଷ୍ଟ ବାରିହୋଇପଡିଛି। ଏଥର ସେ ଭାରତ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛନ୍ତି। ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଶାନ୍ତି ପ୍ରତିଷ୍ଠା କରିବାର ସମୟ ଆସିଛି ବୋଲି ଏକ କାର୍ଯ୍ୟକ୍ରମରେ ବାଜଓ୍ବା କହିଛନ୍ତି। ରିସାଲପୁରର ପାକିସ୍ତାନ ବାୟୁସେନା ଏକାଡେମୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଶାନ୍ତି ସ୍ଥାପନ କରିବା କଥା କହି ସମସ୍ତଙ୍କ ଚମକାଇ ଦେଇଥିଲେ ସେନାମୁଖ୍ୟ ଜେନେରାଲ ବାଜୱା। ସବୁ ବିବାଦକୁ ଭୁଲି ଶାନ୍ତି ସ୍ଥାପନ ପାଇଁ ଆଗକୁ ବଢିବାର ସମୟ ଆସିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବାଜଓ୍ବା ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି। ହଠାତ୍‌ ତାଙ୍କ ସ୍ବର ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share