ଭାରତର ମଧ୍ୟପ୍ରାଚ୍ୟ କରିଡରକୁ ନେଇ ଚିନ୍ତାରେ ପାକିସ୍ତାନ: ତୁର୍କୀ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ

ଆଙ୍କରା,୧୪।୯: ଭାରତ ଆମେରିକା, ସାଉଦି ଆରବ ଓ ୟୁଏଇ ସହଯୋଗରେ ମଧ୍ୟପ୍ରାଚ୍ୟ କରିଡର ବା ରେଳ ସଂଯୋଗ କରିବାକୁ ଯାଉଛି। ପାକିସ୍ତାନର ଏହା ଚିନ୍ତାର କାରଣ ସାଜିଛି । ତେବେ ଏହାରି ଭିତରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ହଠାତ୍‌ ତୁର୍କୀରେ ପହଞ୍ଚିଛନ୍ତି। ତୁର୍କୀରେ ପହଞ୍ଚି ସେ ରାଷ୍ଟ୍ରପତି ଏରଦୋଗାନ ଓ ତିନି ସେନାର ମୁଖ୍ୟଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଏରଦୋଗାନ ଭାରତର ମଧ୍ୟପ୍ରାଚ୍ୟ କରିଡରକୁ ଆପତ୍ତି ଜଣାଇଛନ୍ତି ଏବଂ ତୁର୍କୀ ବିନା ଏହି କରିଡର ସମ୍ଭବ ନୁହେଁ ବୋଲି କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଜେନେରାଲ ମୁନିର ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ରକ୍ଷା କରିଥିବାରୁ ତୁର୍କୀ ସେନାକୁ ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସେନା ମୁଖ୍ୟ ତୁର୍କୀ ସହ ପାକିସ୍ତାନର ସମ୍ପର୍କକୁ ଆହୁରି ଦୃଢ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ସାକ୍ଷାତକାରରେ ମୁନିର ତୁର୍କୀ ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ପାକିସ୍ତାନୀ ସେନା ମୁଖ୍ୟ ପ୍ରତିରକ୍ଷା ସହଭାଗୀତା ଏବଂ ତାଲିମ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ପାକିସ୍ତାନ ତୁର୍କୀରୁ ଟିବ-୨ ଡ୍ରୋନ କିଣୁଛି ଯାହା ୟୁକ୍ରେନ ଏବଂ ବୈଜାନରେ ଧ୍ୱଂସଲୀଳା କରିଛି। କେବଳ ଏତିକି ନୁହେଁ, ତୁର୍କୀ ପାକିସ୍ତାନ ଏବଂ ବୈଜାନର ସହଯୋଗରେ ପଞ୍ଚମ ପିଢିର ଯୁଦ୍ଧ ବିମାନ ବିକଶିତ କରିବାକୁ ଚାହୁଁଛି।

Share