ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍‌ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ

ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍‌ ଜବାବ ଦେବ ପାକିସ୍ତାନ।
ଦେଶର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ଏହି ସପ୍ତାହରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ ୧୨ ଯବାନ ନିହତ ହୋଇଛନ୍ତି। ଏହାପରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଏନେଇ ତାଲିବାନୀଙ୍କୁ ଟାର୍ଗେଟ କରିଛନ୍ତି।

Share