ପାକିସ୍ତାନ ସୀମାରେ ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ୬ଭାରତୀୟ ଗିରଫ

ଇସଲାମାବାଦ,୨୩।୮: ନିଶା ପଦାର୍ଥ, ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦର ଚୋରାଚାଲାଣ ଅଭିଯୋଗରେ ପାକିସ୍ତାନୀ ‘ରେଞ୍ଜର୍ସ’ ୬ଜଣ ଭାରତୀୟଙ୍କୁ ଗିରଫ କରିଛି। ପାକିସ୍ତାନର ସେନା ମଙ୍ଗଳବାର ଏହି ସୂଚନା ଦେଇଛି। ପାକିସ୍ତାନୀ ସେନା ଅନୁଯାୟୀ ଏହି ଗିରଫ ୨୯ ଜୁଲାଇରୁ ୩ ଅଗଷ୍ଟ ମଧ୍ୟରେ ହୋଇଥିଲା।

ସେନାର ଇଣ୍ଟର-ସର୍ଭିସେସ ଲୋକସମ୍ପର୍କ ଗଣମାଧ୍ୟମ ସମ୍ମୁଖରେ ଦାବି କରିଛି ଯେ, ଭାରତ ସହିତ ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ପାକିସ୍ତାନ ରେଞ୍ଜର୍ସ ସୈନିକମାନେ ୨୯ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିବା ୬ ଜଣ ଭାରତୀୟ ନାଗରିକଙ୍କୁ ଧରିଛନ୍ତି। ତେବେ ପାକିସ୍ତାନୀ ସେନାର ଏହି ଦାବି ଉପରେ ଭାରତୀୟ ଅଧିକାରୀଙ୍କଠାରୁ ଏପର୍ଯ୍ୟନ୍ତ ବୌଣସି ମନ୍ତବ୍ୟ ଆସିନାହିଁ।

Share