ତେଲ ଅଭାବରୁ ୫ମାସ ଯାଏଁ ପାକ୍‌ ସେନା କରିବନି ସମରଭ୍ୟାସ

ଇସଲାମବାଦ,୭।୭: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗିତ କରୁଛି ପାକିସ୍ତାନ। ବୈଦେଶିକ ଋଣ ଜାଲରେ ପଡି ଛଟପଟ ହେଉଛି ଦେଶ। ତେବେ ଏପରି ଦୁଃସ୍ତିତିରୁ ନିସ୍ତାର ନ ପାଉଣୁ ଆଉ ଏକ ବିପଦ ଘୋଟେଇଛି ଦେଶ ଉପରେ। ଦେଶର ଆର୍ଥିକ ଦୁରାବସ୍ଥା ଏବେ ସେନା ଉପରେ ପ୍ରଭାବ ପକାଇଛି।

ଇଉରାସିଆନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତେଲ ଅଭାବ ଯୋଗୁୁ ସେନା ୫ମାସ ଯାଏଁ ଅର୍ଥାତ୍‌ ଡିସେମ୍ବର ପର୍ଯ୍ୟତ୍କୌଣସି ସମରଭ୍ୟାସ କରିବ ନାହିଁ। ଏନେଇ ଦେଶର ସାମରିକ ତାଲିମର ମହାନିର୍ଦ୍ଦେଶକ ସମସ୍ତ ବିଭାଗକୁ ନୋଟିସ ଜାରି କରିଛନ୍ତି। ନୋଟିସରେ ସମରଭ୍ୟାସକୁ ସ୍ଥଗିତ ରଖିବାର ମୁଖ୍ୟ କାରଣ ‘ରିଜର୍ଭ ଫୁଏଲ୍‌’ର ଅଭାବ ବୋଲି ଦର୍ଶାଯାଇଛି।

ସାମରିକ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଭାରତୀୟ ସେନା କର୍ଣ୍ଣେଲ ଡାନଭୀର ସିଂଙ୍କ ଅନୁଯାୟୀ, ସାମରିକ ଅଭ୍ୟାସ ପାଇଁ ପାକିସ୍ତାନ ଟି-୮୦ ଟ୍ୟାଙ୍କ ବ୍ୟବହାର କରିଥାଏ। ଯାହା କିଲୋମିଟର ପ୍ରତି ୨ଲିଟର ତେଲ ବ୍ୟବହାର କରିଥାଏ। ତେବେ ଏଭଳି ପରିସ୍ଥିତିରେ ସମରଭ୍ୟାସ ପାଇଁ ସେନାକୁ ଅନେକ ତେଲ ଆବଶ୍ୟକ ପଡିପାରେ। ପାକିସ୍ତାନର ଆର୍ଥିକ ଦୁରାବସ୍ଥା ସେନା ପାଇଁ ତେଲ ଯୋଗାଡିବାକୁ ଅକ୍ଷମ ହୋଇପଡିଛି। ଜୁଲାଇରେ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୨୬୦ଟଙ୍କା ଅତିକ୍ରମ କରିଛି।

Share