ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ଉପରକୁ ଗୁଳି ଚଳାଇଲା ପାକିସ୍ତାନୀ ସେନା

ଇସଲାମାବାଦ,୬।୧: ପାକିସ୍ତାନ ଦଖଲରେ ଥିବା ଗିଲଗିଟ୍‌-ବାଲୁଚିସ୍ତାନରେ ସ୍ବାଧୀନତା ଲାଗି ବିଦ୍ରୋହ କରୁଥିବା ବିକ୍ଷୋଭକାରୀଙ୍କ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଛି। ଏହି ଗୁଳିମାଡ଼ରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ତେବେ ଗତ କିଛି ଦିନ ଧରି ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଉଛି। ବିଶେଷକରି ଗିଲଗିଟ୍‌-ବାଲୁଚିସ୍ତାନରେ ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ ଜାରି ରହିଛି। ଏଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ପାକ୍‌ ସେନା ବିରୋଧରେ ଲଗାତାର ସ୍ଲୋଗାନ ଦେଉଛନ୍ତି। ଦିନକୁ ଦିନ ଏହା ଭୟଙ୍କର ରୂପ ନେଉଥିବା ଦେଖାଯାଉଛି।

Share