ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲେ ପାକିସ୍ତାନି ସେନା ଅଧିକାରୀ

ଇସଲାମାବାଦ,୩।୫: ପାକିସ୍ତାନର ଆର୍ଥିକ ସ୍ଥିତି ବହୁ ପୂର୍ବରୁ ଖରାପ ରହିଛି। ଏଭଳି ସ୍ଥିତି ପରେ ବି ସେ ଭାରତ ସହ ଶତ୍ରୁତା ଛାଡି ପାରୁ ନାହିଁ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେଶନ(ଆଇଏସପିଆର)ର ଡିଜି ମେଜର ଜେନରାଲ ଅହମଦ ଶରିଫ ଚୌଧୁରୀ ଭାରତକୁ ଘରେ ପଶି ମାରିବାକୁ ଧମକ ଦେଇଛନ୍ତି। ଏ ହେଉଛନ୍ତି ସେହି ଅହମ୍ମଦ ଶରିଫ ଚୌଧୁରି ଯାହାଙ୍କ ପିତା ସୁଲତାନ ବଶିରୁଦ୍ଦିନ ମହମୁଦଙ୍କ ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ଓସାମା ବିନ ଲାଦେନଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା।

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିବା ମଧ୍ୟରେ ମେଜର ଜେନରାଲ ଶରିଫ କହିଛନ୍ତି, କୌଣସି ଆକ୍ରମଣ ପରିସ୍ଥିତିରେ ଆମେ ଭାରତ ଭିତରେ ପ୍ରବେଶ କରି ଆକ୍ରମଣ କରିବୁ। ଆମେ ଭାରତକୁ ମୁହାଁମୁହିଁ ଜବାବ ଦେବୁ। ସେ ଦାବି କରିଛନ୍ତି କି ପାକିସ୍ତାନ ଏୟାରଫୋର୍ସ ଅପରେଶନ ସ୍ବିପ୍ଟ ରିଟାର୍ଟ ସମୟରେ ଶକ୍ତି ପ୍ରଦର୍ଶନ କରିଛି।

Share