Categories: ଖେଳ

ସ୍ବର୍ଣ୍ଣ ଜିତିବା ପରେ ନିଜକୁ ରୋକିପାରିଲେନି ନଦୀମ, ଭୋ ଭୋ ହୋଇ କାନ୍ଦିଲେ, ଭାଇରାଲ ହେଉଛି ଭିଡିଓ

ପ୍ୟାରିସ,୯।୮: ପ୍ୟାରିସର ଅଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତି ପାକିସ୍ତାନର ଅର୍ଶଦ ନଦୀମ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ଅର୍ଶଦ ୯୨.୯୭ ମିଟର ଥ୍ରୋ ସହ ସ୍ବର୍ଣ୍ଣ ଜିତିଛନ୍ତି। ଏହା କରି ସେ ପାକିସ୍ତାନ ପାଇଁ ପ୍ରଥମ ଅଲିମ୍ପିକ ପଦକ ଜିତିଛନ୍ତି। ୯୨.୯୭ ମିଟର ଫିଙ୍ଗିବା ସହିତ ଅର୍ଶଦ ଏକ ଅଲିମ୍ପିକ ରେକର୍ଡ ମଧ୍ୟ କରିଛନ୍ତି। ସ୍ବର୍ଣ୍ଣ ଜିତିବା ପରେ ଅର୍ଶଦ ନିଜକୁ ନ ରୋକିପାରି ଜୋରରେ କାନ୍ଦିବାକୁ ଲାଗଥିଲେ। ସୋସିଆଲ ମିଡିଆରେ ଅର୍ଶଦଙ୍କ କାନ୍ଦିବାର ଭିଡିଓ ଭାଇରାଲ ହେଉଛି।

ଭାରତର ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଅର୍ଶଦ ସ୍ବର୍ଣ୍ଣ ଜିତିଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ଅର୍ଶଦ ପ୍ରଥମେ ଭିଡ଼ ଆଡକୁ ଯାଉଥିବାର ଦେଖାଯାଇଥିଲା। ଏହା ପରେ ସେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଇଭେଣ୍ଟରେ ନଦୀମ ତାଙ୍କର ପ୍ରଥମ ପ୍ରୟାସରେ ୯୧.୭୯ ମିଟର ଫିଙ୍ଗିଥିଲେ। ଯାହାପରେ ପୁଣି ସେ ୯୨.୯୭ ମିଟର ଫିଙ୍ଗିଥିଲେ।

Share