ଇସଲାମାବାଦ,୨୯।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ରହିଛି। ଭାରତ ବିରୋଧରେ ରଚୁଥିବା ଷଡ଼ଯନ୍ତ୍ର ଏବେ ପାକିସ୍ତାନ ପାଇଁ ବୁମେରାଂ ପାଲଟିଛି। ପାକିସ୍ତାନର ଖାଇବର ପସ୍ତୁନଖ୍ବା ଅଞ୍ଚଳର ଦକ୍ଷିଣରେ ଥିବା ଓ୍ବଜିରସ୍ତାନ ଜିଲାରେ ସୈନ୍ୟ ବାହିନୀ ଏବଂ ପୋଲିସ ପକ୍ଷରୁ ହୋଇଥିବା ମିଳିତ ସର୍ଚ୍ଚ ଅପରେଶନ ସମୟରେ ଏନ୍କାଉଣ୍ଟରରେ ୪ କମାଣ୍ଡରଙ୍କ ସମେତ ୧୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।
ନିହତ ହୋଇଥିବା ଆତଙ୍କବାଦୀମାନେ ଆଇଇଡ଼ି ବିସ୍ଫୋରଣ କରିବା ସହିତ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ପଞ୍ଜାବ ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ଇସଲାମିକ୍ ଷ୍ଟେଟ୍,ତେହରିକ୍ ଇ-ତାଲିବାନ୍ ପାକିସ୍ତାନ, ଳଶ୍କର-ଇ ଝାଙ୍ଗଓ୍ବି ଏବଂ ସିପାହ-ଇ ସାହାବ ପାକିସ୍ତାନ ଆତଙ୍କବାଦୀ ସଂଗଠନର ୮ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଏହି ଅଞ୍ଚଳରେ ୪୦ ଆତଙ୍କବାଦୀ ସକ୍ରିୟ ଥିବା ସ୍ଥାନୀୟ ପୋଲିସ କହିଛି।