ପାକିସ୍ତାନରେ ପବ୍‌ଜି ହେଲା ବ୍ୟାନ୍‌, ଜାଣନ୍ତୁ କାରଣ

ଲାହୋର,୩।୭: ପାକିସ୍ତାନରେ ଅସ୍ଥାୟୀ ଭାବେ ଲୋକପ୍ରିୟ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଉପରେ ରୋକ ଲଗାଯାଇଛି। ବିଶେଷକରି ଶିଶୁ ତଥା ନାବାଳକମାନେ ଏହାକୁ ଖେଳିବା ଲାଗି ପାଗଳ ପ୍ରାୟ ହୋଇଯାଉଛନ୍ତି। ଏପରିକି କେହି କେହି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଏ ନେଇ ଅଭିଯୋଗ କରିବା ପରେ ବୁଧବାର ପାକିସ୍ତାନରେ ଏହାକୁ ନିଷିଦ୍ଧ କରାଯାଇଛି।

ପାକିସ୍ତାନ ଟେଲିକମ୍ୟୁନିକେଶନ ଅଥରିଟି(ପିଟିଏ) କହିଛି, ପବ୍‌ଜି ଖେଳିବା ଦ୍ୱାରା ପିଲାମାନଙ୍କର ଶାରୀରିକ ଏବଂ ମନୋବୈଜ୍ଞାନିକ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ହାଇକୋର୍ଟରେ ଏହି ମାମଲାରେ ଜୁଲାଇ ୯ ତାରିଖରେ ଶୁଣାଣି କରାଯିବ। ସେବେ ପର୍ଯ୍ୟନ୍ତ ଏହାକୁ ବ୍ୟାନ୍‌ କରି ଦିଆଯାଇଛି।

ନିକଟରେ ଜଣେ ୧୬ ବର୍ଷର ଜଣେ ନାବାଳକ ପବ୍‌ଜିରେ ଦିଆଯାଇଥିବା ଟାସ୍କ ପୂରଣ କରି ନ ପାରିବା ଯୋଗୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କ ଶୋଇବା ଖଟରୁ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଏହାକୁ ଏବେ ଫରେନ୍‌ସିକ୍‌ ଟିମ୍‌କୁ ଦିଆଯାଇଛି। ଏହାପରେ ଲାହୋର ପୋଲିସ ଏହି ଖେଳ ଉପରେ ନିଷେଧାଦେଶ ଜାରି କରିବାକୁ ସୁପାରିସ କରିଥିଲା।

Share