ଖେବର ପାଖ୍ଟନଖୱାରେ ବିସ୍ଫୋରଣ: ଏଯାଏ ୫୦ ଜଣଙ୍କ ମୃତ୍ୟୁ, ୧୫୦ ଆହତ

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ଏକ ବଡ଼ ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦ଜଣ ଆହତ ହୋଇଥିବା କୁହାଯାଉଛି। ରବିବାର ଏକ ସମ୍ମିଳନୀ ଚାଲିଥିବା ବେଳେ ଅପରାହ୍ନ ୪ଟାରେ ବାଜୌର ଆଦିବାସୀ ଜିଲାର ଖାରଠାରେ ଜାମିଅତ ଉଲେମା-ଇ-ଇସଲାମ-ଫଜଲର ସମ୍ମିଳନୀରେ ଏହି ବିସ୍ଫୋରଣ ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ରେହମାନ ଦଳର ସ୍ଥାନୀୟ ମୁଖ୍ୟ ମୌଲାନ ଜିଆଉଲ୍ଲା ମଧ୍ୟ ଥିଲେ। ବୋମା ବିସ୍ଫୋରଣ ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ପହଞ୍ଚିଥିଲେ। ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ତେବେ ଏହି ଆତ୍ମଘାତୀ ଆକ୍ରମଣ ପରେ ପୁଣିଥରେ ଆତଙ୍କ ଖେଳିଯାଇଛି।

Share