ପାକିସ୍ତାନରେ ବିସ୍ଫୋରଣ: ମୃତ୍ୟୁ ସଖ୍ୟା ୩୯କୁ ବୃଦ୍ଧି

ପେଶାଓ୍ବର,୩୦ା୭: ଆଫଗାନିସ୍ତାନ ସୀମାକୁ ଲାଗିଥିବା ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶ ଅଧୀନ ଏକ ଆଦିବାସୀ ଜିଲାରେ ରବିବାର ଆତ୍ମଘାତୀ ବିସ୍ଫୋରଣ ଘଟି ମୃତ୍ୟୁ ସଖ୍ୟା ୩୯କୁ ବୃଦ୍ଧି ଘଟିଛି। ୧୨୩ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ କୁହାଯାଇଛି।

ବଜାଉର ଆଦିବାସୀ ଜିଲାର ସଦର ମହକୁମା ଖାର୍‌ଠାରେ ରାଜନୈତିକ ଦଳ ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ-ଫଜଲ (ଜେୟୁଆଇ-ଏଫ୍‌)ର ଏକ ସମ୍ମିଳନୀ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ସମ୍ମିଳନୀରେ ୪୦୦ରୁ ଅଧିକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଦଳର କେନ୍ଦ୍ରୀୟ ନେତୃତ୍ୱ ପହଞ୍ଚିବାକୁ କର୍ମୀମାନେ ଅପେକ୍ଷା କରିଥିବା ବେଳେ ହଠାତ୍‌ ଏହି ବିସ୍ଫୋରଣ ଘଟିଥିଲା।

Share