ନିର୍ବାଚନ ପୂର୍ବରୁ ପାକିସ୍ତାନ ଆତଙ୍କିତ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ

ଇସଲାମାବାଦ,୩।୨: କରାଚିରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ସାମ୍ନାକୁ ଆସୁଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଦକ୍ଷିଣ ସାଜିଦ ସାଦୋଜଇଙ୍କ ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ବିସ୍ଫୋରଣର ତୀବ୍ରତା ଏବଂ ପ୍ରକୃତିର ଆକଳନ କରିବାକୁ ଘଟଣାସ୍ଥଳକୁ ଏକ ବୋମା ନିଷ୍କାସନକାରୀ ଦଳ ଡକାଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଏସଏସପି ସାଜିଦ ସାଦୋଜଇ କହିଛନ୍ତି ଯେ ବିସ୍ଫୋରକ ସାମଗ୍ରୀ କରାଚିର ରେଡ ଜୋନ ଅଞ୍ଚଳରେ ଥିବା ଇସିପି କାର୍ଯ୍ୟାଳୟର କାନ୍ଥ ନିକଟରେ ଏକ ସପିଂ ବ୍ୟାଗରେ ରଖାଯାଇଥିଲା। ବିସ୍ଫୋରକ ସାମଗ୍ରୀରେ ବଲ ବିୟରିଂ ମିଳି ନାହିଁ।

Share