Categories: ଖେଳ

ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: ଏହି କଥାରେ ହେଲା ରାଜି

ନୂଆଦିଲ୍ଲୀ,୮।୧୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଖେଳାଯିବ। କିନ୍ତୁ ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ମ୍ୟାଚ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ। ଭାରତୀୟ ଟିମ୍‌ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଏପର୍ଯ୍ୟନ୍ତ ରାଜି ହୋଇନାହିଁ। ଏହାକୁ ଦୃଷ୍ଟିରେ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଣ୍ଡ ନୁଆଁଇଛି।

ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଜିଦ ଧରିଥିଲା ଯେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସମେତ ସମସ୍ତ ଦଳର ମ୍ୟାଚ କେବଳ ପାକିସ୍ତାନରେ ଖେଳାଯିବ, କାରଣ ପାକିସ୍ତାନ ଏହି ଟୁର୍ନାମେଣ୍ଟର ଆୟୋଜକ। କିନ୍ତୁ ବର୍ତ୍ତମାନ ଟିମ ଇଣ୍ଡିଆର ମନୋଭାବ ଦେଖି ପାକିସ୍ତାନ ବୋର୍ଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ବୋର୍ଡ ପରିବର୍ତ୍ତନ କରିବାକୁ ରାଜି ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଟୁର୍ନାମେଣ୍ଟରେ ଭାରତର ମ୍ୟାଚ ଶାରଜା କିମ୍ବା ଦୁବାଇରେ ଖେଳାଯିବ। ପିସିବି ଅନୁଭବ କରୁଛି ଯେ, ଯଦି ଭାରତ ସରକାର ପାକିସ୍ତାନ ଗସ୍ତକୁ ଅନୁମୋଦନ ନକରନ୍ତି, ତେବେ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହୋଇପାରେ, କାରଣ ଦୁବାଇ କିମ୍ବା ଶାରଜାଠାରେ ଭାରତ ଖେଳିବାର ସମସ୍ତ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ ବୋର୍ଡ ଆସନ୍ତା ସପ୍ତାହ ସୁଦ୍ଧା ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଆଇସିସି ଉପରେ ଜିଦ ଧରିଛି। ତେବେ ଏହି ହାଇବ୍ରିଡ ମଡେଲ ସମ୍ବନ୍ଧରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ଏହାପୂର୍ବରୁ, ୨୦୨୩ରେ ଖେଳାଯାଇଥିବା ଏସିଆ କପ ପାକିସ୍ତାନ ମଧ୍ୟ ଆୟୋଜକ ଥିଲା, କିନ୍ତୁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନ ଥିଲା ଏବଂ ସେହି କ୍ଷେତ୍ରରେ ଶ୍ରୀଲଙ୍କାରେ ଟିମ ଇଣ୍ଡିଆର ମ୍ୟାଚ ଖେଳାଯିବ।

 

 

Share