Categories: ଜାତୀୟ

ଖୋଲାରେ ୧୦ କ୍ୱିଣ୍ଟାଲ ହେରୋଇନ ଜଳାଇ ଦେଲା ପାକିସ୍ତାନ, ବେହାଲ ହେଲା ଭାରତର ଗାଁ

ଚଣ୍ଡିଗଡ଼,୨୦ ।୭: ଅମୃତସରକୁ ଲାଗିଥିବା ପାକିସ୍ତାନ ସୀମାରେ ପାକିସ୍ତାନର ଅଧିକାରୀମାନେ ପାଖାପାଖି ୧୦ କ୍ୱିଣ୍ଟାଲ ହେରୋଇନ ସହ ଆହୁରି କିଛି ଅବକାରୀ ଜିନିଷ ଜଳାଇ ଦେବା ଫଳରେ ଆକାଶ କଳା ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା । ଆଉ ଏହାର ଗନ୍ଧ ସୀମାରେ ଥିବା ଭାରତୀୟ ଗାଁରେ ପ୍ରବେଶ କରିଥିଲା । ଗଣମାଧ୍ୟମର ସୂଚନା ଅନୁଯାୟୀ, ଇଣ୍ଟିଗ୍ରେଟେଡ ଚେକ୍ ପୋଷ୍ଟର ଜିରୋ ଲାଇନ ପରେ ୮୦୦ ମିଟର ଦୂର ପାକିସ୍ତାନର କାର୍ଗୋ ରହିଛି ଯେଉଁଠାରେ ଏହାକୁ ଜଳା ଯାଇଥିଲା । କୁହାଯାଏ ସାଧାରଣତଃ କଷ୍ଟମ ଡେ’ରେ ବିଭାଗ ମାଦକ ପଦାର୍ଥକୁ ଏକାଠି କରି ଭାଟିରେ ଜଳାଇ ଦିଅନ୍ତି । ହେଲେ ପାକିସ୍ତାନର ଗୋଦାମ ପୂର୍ବରୁ ଭର୍ତ୍ତି ହୋଇ ସାରିଥିଲା । ନଷ୍ଟ କରାଯାଇଥିବା ଏହି ହେରୋଇନ ଭାରତ ଆସିବାର ଥିଲା ହେଲେ ସୀମାରେ ସୁରକ୍ଷା ବ୍ୟବସ୍ଥା ଥିବାରୁ ଏହା ପହଞ୍ଚିପାରି ନ ଥିଲା ।

Share