ନଦୀକୁ ଖସିଲା ବସ୍‌: ୧୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କରାଚୀ,୧୧।୬ : ପାକିସ୍ତାନର ଦକ୍ଷିଣପଶ୍ଚିମ ଉପତ୍ୟାକାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଶୁକ୍ରବାର ନଦୀରେ ଖସି ପଡ଼ିଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ବେଲୁଚିସ୍ଥାନ ପ୍ରଦେଶର ସୁଦୂର ଜିଲାରେ ପ୍ରବେଶ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ଏକ ସ୍ଥାନୀୟ ଧାର୍ମିକ କାର୍ଯ୍ୟକ୍ରମରୁ ୫୯ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବସ୍‌ ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡ଼ିଥିଲା। ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଆହତ ହୋଇଥିବା ସ୍ଥାନୀୟ ବରିଷ୍ଠ ଅଧିକାରୀ ବଶିର ବଜାଇ କହିଛନ୍ତି।

Share